Posts

Showing posts from February, 2021

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ ।

Image
  ବୈପାରିଗୁଡା - (EXPOSE KORAPUT) ଶ୍ରୀ ରାମ ଜନ୍ମଭୁମି ଅଯୋଧ୍ୟା ରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଯାଇଥିବା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ରେ ଥିବା ବ୍ରାହ୍ମଣ ସମାଜ ପକ୍ଷରୁ ୧ଲକ୍ଷ ୬ହଜାର ୫ଶହ ଏକାବନ ଟଙ୍କା ଏନ.ଇ.ଏଫ.ଟି ମାଧ୍ୟମରେ ପ୍ରଦାନ କରାଯାଇଛି ।ପ୍ରଦାନ କରିବା ସମୟରେ ବ୍ରାହ୍ମଣ ସମାଜର ସଭାପତି ମନୋଜ ମହାପାତ୍ର, ସଂପାଦକ ନରେଶ ପାଣିଗ୍ରାହୀ, ଉପସଭାପତି ଚନ୍ଦ୍ରଶେଖର ରଥ ଙ୍କ ସମେତ ଦମନ ପାଢ଼ୀ, ରମେଶ କୁମାର ସାମନ୍ତ,ସମନାଥ ରଥ,ଲକ୍ଷ୍ମୀକାନ୍ତ ପାଢ଼ୀ ଙ୍କ ସହ ବହୁ ବ୍ରାହ୍ମଣ ଉପସ୍ଥିତ ଥିଲେ । ରିପୋର୍ଟ - ସରୋଜ କୁମାର ଲେଙ୍କା ।

ବୈପାରିଗୁଡା ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ।

Image
  ବୈପାରିଗୁଡା - (EXPOSE KORAPUT) କୋରାପୁଟ ଜିଲ୍ଲା ପୋଲିସ ସୌଜନ୍ୟରେ ବୈପାରିଗୁଡା  ଥାନା ପକ୍ଷରୁ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ମହନ୍ତପୁଟ ଗ୍ରାମରେ ଜନ ସମ୍ପର୍କ ଶିବିର ୨୦୨୦-୨୧ ଅନୁଷ୍ଠିତ ହୋଇଯାଇଛି ।ପୋଲିସ ବିଭାଗ ପ୍ରତି ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ସହ ସୁସଂପର୍କ ସ୍ଥାପନ କରିବା,ପୋଲିସ ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ରହୁଥିବା ଭୟ ଦୂର କରିବା ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ରହିବା,ମାଓବାଦୀ କାର୍ଯ୍ୟକଳାପରୁ ଦୂରେଇ ରହି ପ୍ରଶାସନ ଉପରେ ଆସ୍ଥା ପ୍ରକଟକରି ସାମୁହିକ ବିକାଶ ଦିଗରେ ସାମିଲ କରିବା ଏହି ଶିବିରର ମୂଖ୍ୟ ଉଦ୍ଦେଶ୍ୟ ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି ।ଏହି ଜନ ସମ୍ପର୍କ ଶିବିରରେ ସ୍ଥାନୀୟ ସରପଞ୍ଚ ତୁଳାବତୀ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ରଘୁନାଥ ମାଝୀ, ଏସ. ଆଇ ଅସିତ କୁମାର ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।ଶିବିରରେ ଯୁବପୀଢିଙ୍କ ମଧ୍ୟରେ ୮ଟି ଦଳକୁ ନେଇ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଭଲିବଲ ଖେଳରେ ଫାଇନାଲରେ ବିଜୟ ଏବଂ ପରାଜିତ ଦଳ କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ଖେଳାଳିମାନଙ୍କୁ ଟି-ସାର୍ଟ,ବଲ,ନେଟ୍,କପ୍,ସିଲ୍ ଆଦି ପ୍ରଦାନ କରାଯାଇଥିଲା ।ସେହିପରି ସ୍କୁଲ ପିଲାମାନଙ୍କୁ ବହି,ଖାତା,ପେନ୍,ପେନସିଲ୍,କମ୍ପାସ ଆଦି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା ଏବଂ ବୃଦ୍

ତିନି ମାସ ହେଲାଣି ଅଚଳ ଷ୍ଟ୍ରୀଟ ଲାଇଟ ; ଅନ୍ଧାରରେ ଦଣ୍ଡାବାଡ଼ି ର ମୁଖ୍ୟ ଛକ ।

Image
ବୈପାରିଗୁଡା - (EXPOSE KORAPUT) କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତ ର ଦଣ୍ଡାବାଡ଼ି ଗ୍ରାମରେ ଥିବା ମୁଖ୍ୟ ଛକ ଠାରେ ଥିବା ଷ୍ଟ୍ରୀଟ ଲାଇଟ ଗତ ୩ମାସ ହେବ ଅଚଳ ହୋଇପଡିଛି ।ଯାହା ଫଳରେ ସଂନ୍ଧ୍ୟା ହେବା ମାତ୍ରେ ଏହି ଛକ ସ୍ଥାନରେ ଜାତାୟତ ରେ ଅସୁବିଧା ହେବ ସହ ଛକ ଟି ମଧ୍ୟ ଅନ୍ଧକାର ରେ ରହୁଛି ।ତେବେ ଏ ନେଇ ଅନେକ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାର ଅଭିଯୋଗ କରିଛନ୍ତି ଦଣ୍ଡାବାଡ଼ି ଗ୍ରାମବାସୀ ।ତେବେ ଏ ନେଇ ଆମେ ଦଣ୍ଡାବାଡ଼ି ର ସରପଞ୍ଚ କମଳୀ ନାୟକ ଙ୍କ ସାଙ୍ଗରେ ଯୋଗାଯୋଗ କରିଥିଲୁ ତେବେ ସେ ଏହାକୁ କିଛି ଦିନ ଭିତରେ ଠିକ୍ କରାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି । REPORT---ସରୋଜ କୁମାର ଲେଙ୍କା 

ଓଡ଼ିଶା ସାମ୍ବାଦିକ ସଙ୍ଘ ର କୋରାପୁଟ ଶାଖା ପକ୍ଷରୁ ପ୍ରସ୍ତୁତି ବୈଠକ ।

Image
  ବୈପାରିଗୁଡା- (ସରୋଜ କୁମାର ଲେଙ୍କା) ଆଜି କୋଟପାଡ଼ ଠାରେ ଓଡ଼ିଶା ସାମ୍ବାଦିକ ସଙ୍ଘ ର କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ସଙ୍ଘ ର କୋରାପୁଟ ଜିଲ୍ଲା ଶାଖା ର ଉପସଭାପତି ହରିଶ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ରାଜ୍ୟ ଉପସଭାପତି କେ. ଶ୍ରୀନିବାସ ରାଓ, ଜିଲ୍ଲା ସମ୍ପାଦକ ରବି ଶଙ୍କର ମହାପାତ୍ର,ଜିଲ୍ଲା ଉପସଭାପତି ଜୟସିଂ ପଡାସେଠୀ,କୋଷାଧ୍ୟକ୍ଷ କେ. ସାକିଲ ଦୋରା, କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଲେଙ୍କା, ସୁଶାନ୍ତ ବାଙ୍କ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।ବୈଠକ ପୂର୍ବରୁ ପ୍ରଥମେ ନବନିର୍ବାଚିତ ରାଜ୍ୟ ଉପସଭାପତି କେ. ଶ୍ରୀନିବାସ ରାଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ଉକ୍ତ ବୈଠକରେ ବିଭିନ୍ନ ବିଷୟ ତଥା ନିର୍ଭୀକ,ସତ୍ୟ ଉପରେ ପ୍ରମାଣ ଯୋଗାଡ଼ କରିବା କାହା ଚାପରେ ବିଚଳିତ ନ ହୋଇ ସଚୋଟ ଭାବରେ ଦୁର୍ନୀତି ଉପରେ ନିଃସ୍ୱାର୍ଥପର ଭାବରେ ଖବର ପରିବେଷଣ କରିବା ଏବଂ ନୂତନ ସଭ୍ୟ ସଂଗ୍ରହ କରିବା ଓ ନିର୍ବାଚନ ଅବଧି ଶେଷ ହୋଇଯାଇଥିବା ବେଳେ ଆଗାମୀ ଦିନରେ ନିର୍ବାଚନ ସମ୍ବନ୍ଧରେ ଆଲୋକପାତ ହୋଇଥିଲା । ରିପୋର୍ଟ:- ସରୋଜ ଲେଙ୍କା