ବୈପାରିଗୁଡା ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ।

 


ବୈପାରିଗୁଡା - (EXPOSE KORAPUT) କୋରାପୁଟ ଜିଲ୍ଲା ପୋଲିସ ସୌଜନ୍ୟରେ ବୈପାରିଗୁଡା  ଥାନା ପକ୍ଷରୁ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ମହନ୍ତପୁଟ ଗ୍ରାମରେ ଜନ ସମ୍ପର୍କ ଶିବିର ୨୦୨୦-୨୧ ଅନୁଷ୍ଠିତ ହୋଇଯାଇଛି ।ପୋଲିସ ବିଭାଗ ପ୍ରତି ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ସହ ସୁସଂପର୍କ ସ୍ଥାପନ କରିବା,ପୋଲିସ ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ରହୁଥିବା ଭୟ ଦୂର କରିବା ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ରହିବା,ମାଓବାଦୀ କାର୍ଯ୍ୟକଳାପରୁ ଦୂରେଇ ରହି ପ୍ରଶାସନ ଉପରେ ଆସ୍ଥା ପ୍ରକଟକରି ସାମୁହିକ ବିକାଶ ଦିଗରେ ସାମିଲ କରିବା ଏହି ଶିବିରର ମୂଖ୍ୟ ଉଦ୍ଦେଶ୍ୟ ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି ।ଏହି ଜନ ସମ୍ପର୍କ ଶିବିରରେ ସ୍ଥାନୀୟ ସରପଞ୍ଚ ତୁଳାବତୀ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ରଘୁନାଥ ମାଝୀ, ଏସ. ଆଇ ଅସିତ କୁମାର ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।ଶିବିରରେ ଯୁବପୀଢିଙ୍କ ମଧ୍ୟରେ ୮ଟି ଦଳକୁ ନେଇ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଭଲିବଲ ଖେଳରେ ଫାଇନାଲରେ ବିଜୟ ଏବଂ ପରାଜିତ ଦଳ କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ଖେଳାଳିମାନଙ୍କୁ ଟି-ସାର୍ଟ,ବଲ,ନେଟ୍,କପ୍,ସିଲ୍ ଆଦି ପ୍ରଦାନ କରାଯାଇଥିଲା ।ସେହିପରି ସ୍କୁଲ ପିଲାମାନଙ୍କୁ ବହି,ଖାତା,ପେନ୍,ପେନସିଲ୍,କମ୍ପାସ ଆଦି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା ଏବଂ ବୃଦ୍ଧ ବୃଦ୍ଧା ଓ ଅସହାୟ ମାନଙ୍କୁ ଧୋତି,ଶାଢୀ,ଲୁଙ୍ଗି,ଟାୱଲ,ଶାଲ୍,କମ୍ବଳ ଆଦି ପ୍ରଦାନ କରାଯାଇଥିଲା ।ସେହିପରି କୋରାପୁଟ ପୋଲିସ ହସପିଟାଲ ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।କରୋନା କଟକଣା କୁ ଆଖି ଆଗରେ ରଖି ମାସ୍କ ଏବଂ ସାମାଜିକ ଦୂରତା ରକ୍ଷା କରି ଏହି ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରକୁ ବୈପାରିଗୁଡା ଥାନା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


ରିପୋର୍ଟ - ସରୋଜ କୁମାର ଲେଙ୍କା ।


Comments

Popular posts from this blog

ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀରେ ବିଜେଡ଼ି ପକ୍ଷରୁ ମେଡ଼ିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ ।

ବାଡାମପୁଟ ନିକଟସ୍ଥ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ ।