Posts

Showing posts from January, 2022

କୋରାପୁଟରେ ୧୨ ତମ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ..

Image
  ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ ମତଦାତା ଦିବସ, ଏହି ପରିପ୍ରେକ୍ଷୀରେ କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ୧୨ତମ ମତଦାତା ଦିବସ ପାଳନ କରାଯାଇଛି।ଏହି ଅବସରରେ କୋରାପୁଟ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସହ ଜିଲ୍ଲା ବିଭିନ୍ନ ଜୋନର  ଭୋଟର ସଚେତକ ଏବଂ ବିଭିନ୍ନ ସ୍କୁଲ କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଛନ୍ତି।ନିର୍ବାଚନ କମିସନର ପ୍ରତିଷ୍ଠା ଦିବସ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଏ । ୨୦୧୧ରେ ପ୍ରଥମଥର ପାଇଁ ଜାନୁଆରୀ ୨୫ ତାରିଖକୁ ଜାତୀୟ ମଦଦାତା ଦିବସ ଭାବେ ପାଳନ କରାଯିବା ସହ ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ଗଣତାନ୍ତ୍ରୀକ ନିର୍ବଚନ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ।୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ଏକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ଘୋଷିତ ହୋଇଥିଲା, ଏହାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୫ତାରିଖ ଦିନ ସମ୍ବିଧାନ ଧାରା ୩୨୪ ଅନୁସାରେ ଏକ ସ୍ବାଧୀନ ନିର୍ବାଚନ କମିସନ ପ୍ରତିଷ୍ଠା କରାଯାଇଥିଲା । ଏହାସହ ୨୧ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ (ଉଭୟ ସ୍ତ୍ରୀ ଓ ପୁରୁଷ) ମତଦାନ ଅଧିକାର ମିଳିଲା । ୧୯୮୮ ମସିହ

ଆସନ୍ତା ୨୫ତାରିଖ ଦିନ ଜାତୀୟ ମତଦାତା ଦିବସ ପାଳନ କରାଯିବ ।

Image
କୋରାପୁଟ:-୧୮/୦୧/୨୨:-ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋଭିଡ଼ ଗାଇଡଲାଇନ ଅନୁସାରେ ଦିବସ ପାଳନ କରିବାକୁ ନିଷ୍ପତ୍ତ ନିଆଯାଇଥିଲା । ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା ଆୟୋଜନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ ଶ୍ରେଷ୍ଠ ବିଏଲଓଙ୍କୁ ସମ୍ମାନିତ କରାଯିବ ଏବଂ ନୂତନ ମତଦାତାଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହି ବୈଠକରେ କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ଡେପୁଟି କଲେକ୍ଟର ସୁଶ୍ରୀ ସାଗରିକା ଷଡଙ୍ଗୀ ଓ ଅନ୍ୟାନ୍ୟ ଅଧିକରୀମାନେ ଉପସ୍ଥିତ ଥିଲେ ।

ବାଡାମପୁଟ ନିକଟସ୍ଥ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

Image
କୋରାପୁଟ:-୧୮/୦୧/୨୨:-ବେକରେ ରସି ଲଗାଇ ଓହଳିଥିବା ଅବସ୍ଥାରେ ବାଡାମପୁଟ ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକର ଘର କୋରାପୁଟ ସଦରଥାନା ମହାଦେଇପୁଟ ପଞ୍ଚାୟତ ବାଡାମପୁଟ ଗ୍ରାମରେ।ସୁଚନା ଅନୁସାରେ ବାଡାମପୁଟ ଗ୍ରାମର ୨୪ ବର୍ଷୀୟ ଯୁବକ ପୁର୍ଣ୍ଣଚନ୍ଦ୍ର ନାୟକ ଗତ ୧୩ତାରିଖରୁ ନିଖୋଜ ଥିବା ବେଳେ ପରିବାର ପକ୍ଷରୁ ସଦର ପୋଲିସ ଥାନାରେ ଏତଲା ଦିଆଯାଇଥିଲା।ପୋଲିସ ପକ୍ଷରୁ ମୋବାଇଲ ନମ୍ବର ଟ୍ରେସ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ଖୋଜି ବାହାର କରିବାରେ ବିଫଳ ହୋଇଥିଲା। ଗତ ୧୩ତାରିଖ ୧୦ଘଟିକା ସମୟରେ ନିଜ ମଟର ସାଇକେଲରେ ଘରୁ ବାହାରି ଆଜି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଅନେକ ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ ସୁଦ୍ଧା ଯୁବକଙ୍କ ସନ୍ଧାନ ମିଳୁନଥିଲା। ଯୁବକ ସେମିଳିଗୁଡା ମହାବିଦ୍ୟାଳୟ ରେ +୩ ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ।ସେ ଜଣେ ମିଷ୍ଟା ଭାସି ଓ ମେଳାପି ଯୁବକ ଭାବେ ପରିଚିତ ତେଣୁ ଚାରି ଦିନ ଧରି ନିଖୋଜ ରହିବା ସହ କୌଣସି ଖୋଜ ଖବର ନମିଳିବାରୁ ଅଞ୍ଚଳରେ ଦୁଃଖର ବାତାବରଣ ଦେଖା ଦେଇଥିଲା। ତେବେ ଆଜି ଅପରାହ୍ନରେ ଯୁବକଙ୍କ ମୃତ ଶରୀର ନିକଟସ୍ଥ ଜଙ୍ଗଲରେ ମିଳିଛି।ସଦର ପୋଲିସ ଘଟଣାସ୍ଥଳରେ ପହଂଚି ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।