Posts

Showing posts from May, 2021

ବିଦ୍ୟୁତ୍,ପାଣି ଓ ବି ଏସ‌ଏନଏଲ ନେଟୱର୍କ ର ଲୁଚକାଳି ଖେଳରେ ନନ୍ଦପୁର ବାସୀ ହନ୍ତସନ୍ତ

Image
ନନ୍ଦପୁର, EXPOSE KORAPUT26/21- କରୋନା ର ପ୍ରକୋପ ସାଙ୍ଗକୁ କଟକଣା, ବିପଦ ଜନକ ବାତ୍ୟା "ୟାଶର" ସୂଚନା, ନିଜ ପରିଜନକୁ ଛାଡ଼ି କର୍ମକ୍ଷେତ୍ରକୁ ଆସି ନନ୍ଦପୁର ଅଞ୍ଚଳରେ ବସବାସ କରୁଥିବା କର୍ମଚାରୀ, ବିଦ୍ୟୁତ୍ ନଥିବା, BSNL ସେବା ନଥିବା ତଥା ଗତ ୪ଦିନ ହେଲା ନନ୍ଦପୁର ର ୧୧ଗୋଟି ୱାର୍ଡରେ ପିଇବା ପାଣି ଯୋଗାଣ ବନ୍ଦ୍ ଥିବାରୁ ନନ୍ଦପୁର ବାସୀଙ୍କ ଜୀବନ ଅତିଶୟ ହୋଇ ପଡ଼ିଛି, ସରକାର୍ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି କିନ୍ତୁ ନନ୍ଦପୁର ବିଦ୍ୟୁତ୍ ବିଭାଗ ସପ୍ତାହ ହେଲାଣି ମରାମତି ଆଳରେ ବାରମ୍ବାର ବିଦ୍ୟୁତ୍ କାଟ କରୁଛି।ଏକ ସଙ୍ଗେ ଅଧଘଣ୍ଟାଏ ବିଦ୍ୟୁତ୍ ସରବରାହ ରହୁନାହିଁ ଫଳତଃ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ଗଲାଣି। ବିଦ୍ୟୁତ୍ ସରବରାହ ରହୁ ନଥିବାରୁ ୧୧ଗୋଟି ୱାର୍ଡ ବାସୀଙ୍କୁ ନନ୍ଦପୁର ପାଇପ ଜଳ ଯୋଗାଣ ଓ ବହିରିପଡ଼ା ବସୁଧା କାର୍ଯ୍ୟକ୍ଷମ ନହୋଇ ଗତ ଚାରିଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ହୋଇ ରହିଥିବା ଯୋଗୁଁ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ।ନନ୍ଦପୁର BSNL ସେବା ସବୁବେଳେ ବିଦ୍ୟୁତ୍ ବିଭାଗ ସହ ତାଳ ମେଲାଇ ଚାଲେ, ବିଦ୍ୟୁତ୍ ନାହିଁ ତ ନେଟୱର୍କ ନାହିଁ। ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯାଉଥିବା ତଥା ସମସ୍ତେ BSNL ବ୍ରୋଡବ୍ୟାଣ୍ଡ ବ୍ୟବହାର କରୁଥିବାରୁ ସବୁ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି।ଏଥି ନିମନ୍ତେ ନନ୍ଦପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଯୋଗାଯୋଗ