ବିଦ୍ୟୁତ୍,ପାଣି ଓ ବି ଏସ‌ଏନଏଲ ନେଟୱର୍କ ର ଲୁଚକାଳି ଖେଳରେ ନନ୍ଦପୁର ବାସୀ ହନ୍ତସନ୍ତ


ନନ୍ଦପୁର, EXPOSE KORAPUT26/21- କରୋନା ର ପ୍ରକୋପ ସାଙ୍ଗକୁ କଟକଣା, ବିପଦ ଜନକ ବାତ୍ୟା "ୟାଶର" ସୂଚନା, ନିଜ ପରିଜନକୁ ଛାଡ଼ି କର୍ମକ୍ଷେତ୍ରକୁ ଆସି ନନ୍ଦପୁର ଅଞ୍ଚଳରେ ବସବାସ କରୁଥିବା କର୍ମଚାରୀ, ବିଦ୍ୟୁତ୍ ନଥିବା, BSNL ସେବା ନଥିବା ତଥା ଗତ ୪ଦିନ ହେଲା ନନ୍ଦପୁର ର ୧୧ଗୋଟି ୱାର୍ଡରେ ପିଇବା ପାଣି ଯୋଗାଣ ବନ୍ଦ୍ ଥିବାରୁ ନନ୍ଦପୁର ବାସୀଙ୍କ ଜୀବନ ଅତିଶୟ ହୋଇ ପଡ଼ିଛି, ସରକାର୍ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି କିନ୍ତୁ ନନ୍ଦପୁର ବିଦ୍ୟୁତ୍ ବିଭାଗ ସପ୍ତାହ ହେଲାଣି ମରାମତି ଆଳରେ ବାରମ୍ବାର ବିଦ୍ୟୁତ୍ କାଟ କରୁଛି।ଏକ ସଙ୍ଗେ ଅଧଘଣ୍ଟାଏ ବିଦ୍ୟୁତ୍ ସରବରାହ ରହୁନାହିଁ ଫଳତଃ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ଗଲାଣି।

ବିଦ୍ୟୁତ୍ ସରବରାହ ରହୁ ନଥିବାରୁ ୧୧ଗୋଟି ୱାର୍ଡ ବାସୀଙ୍କୁ ନନ୍ଦପୁର ପାଇପ ଜଳ ଯୋଗାଣ ଓ ବହିରିପଡ଼ା ବସୁଧା କାର୍ଯ୍ୟକ୍ଷମ ନହୋଇ ଗତ ଚାରିଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ହୋଇ ରହିଥିବା ଯୋଗୁଁ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ।ନନ୍ଦପୁର BSNL ସେବା ସବୁବେଳେ ବିଦ୍ୟୁତ୍ ବିଭାଗ ସହ ତାଳ ମେଲାଇ ଚାଲେ, ବିଦ୍ୟୁତ୍ ନାହିଁ ତ ନେଟୱର୍କ ନାହିଁ। ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯାଉଥିବା ତଥା ସମସ୍ତେ BSNL ବ୍ରୋଡବ୍ୟାଣ୍ଡ ବ୍ୟବହାର କରୁଥିବାରୁ ସବୁ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି।ଏଥି ନିମନ୍ତେ ନନ୍ଦପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ସୁନାବେଡ଼ା ଗ୍ରିଡ ଠାରୁ ବିଲେଇ ଗୁଡା ଡିପୋ ପର୍ଯ୍ୟନ୍ତ ତଥା ସେଠାରୁ ନନ୍ଦପୁର ଲାଇନ ୬କିଲୋମିଟର ପୋଲ ଓ ତାରର ନବୀକରଣ କରାଯାଉଛି ସେଥିପାଇଁ ବିଦ୍ୟୁତ୍ ସରବରାହ ଠିକ୍ ରହୁନି କହିବା ଏ ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟେ ବିନା ଘୋଷଣା ରେ ବିଦ୍ୟୁତ୍ କାଟ କରିବାକୁ ନାପସନ୍ଦ କରିଛନ୍ତି ନନ୍ଦପୁର ବିଦ୍ୟୁତ୍ ବିଭାଗ ଅଧୀନ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା।ବିଭାଗିୟ ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ,

ରିପୋର୍ଟ-ତୁଶାର ମହାନ୍ତି


Comments

Popular posts from this blog

ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀରେ ବିଜେଡ଼ି ପକ୍ଷରୁ ମେଡ଼ିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ ।

ବାଡାମପୁଟ ନିକଟସ୍ଥ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ ।