Posts

Showing posts from March, 2021

ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀରେ ବିଜେଡ଼ି ପକ୍ଷରୁ ମେଡ଼ିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ ।

Image
  ବୈପାରିଗୁଡା -( EXPOSE KORAPUT)ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଥିଲେ ଝଡ଼ର ଇଗଲ ।ସେ ଜଣେ ଥିଲେ ଦକ୍ଷ ରାଜନେତା, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଓ ନୂତନ ଓଡ଼ିଶାର ନିର୍ମାତା ।ବିଭିନ୍ନ ସମୟରେ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ଲୋକଙ୍କୁ ଉପଦେଶ ପ୍ରଦାନ କରିଥାନ୍ତି ବୋଲି ବରିଷ୍ଠ ବିଜେଡ଼ି ନେତା ମାନେ ମତପୋଷଣ କରିଥିଲେ ।ଆଜି ବୈପାରିଗୁଡା ଠାରେ ଥିବା ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳ ପକ୍ଷରୁ ବିଜୁବାବୁଙ୍କ ୧୦୫ତମ ଜନ୍ମ ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା । ଯୁବ ବିଜେଡ଼ି ନେତା ବିଶ୍ଵଜିତ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ସାଥିରାମ ନାୟକ ଉପସ୍ଥିତ ରହି ବିଜୁବାବୁ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଭାରତୀୟ ବିପ୍ଳବର ଜଣେ ମହାନ ନାୟକ।ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳାମାନଙ୍କ ପାଇଁ ରାଜନୀତି ଓ ଚାକିରୀ କ୍ଷେତ୍ରରେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।ଗ୍ରାମାଞ୍ଚଳର ମହିଳାମାନେ କିପରି ରାଜନୀତି କ୍ଷେତ୍ରକୁ ଆସିପାରିବେ ସେଥିପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ ବୋଲି ବରିଷ୍ଠ ନେତା ଶ୍ରୀ ନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।ପରେ ପରେ ବରିଷ୍ଠ କର୍ମୀ ଲକ୍ଷ୍ମୀକାନ୍ତ ପାଢ଼ୀ ଉପସ୍ଥିତ ରହି ବିଜୁବାବୁଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ଆଧୁନିକ ଓଡ଼ିଶାର ନିର୍ମାତା ବ