ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀରେ ବିଜେଡ଼ି ପକ୍ଷରୁ ମେଡ଼ିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ ।

 


ବୈପାରିଗୁଡା -( EXPOSE KORAPUT)ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଥିଲେ ଝଡ଼ର ଇଗଲ ।ସେ ଜଣେ ଥିଲେ ଦକ୍ଷ ରାଜନେତା, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଓ ନୂତନ ଓଡ଼ିଶାର ନିର୍ମାତା ।ବିଭିନ୍ନ ସମୟରେ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ଲୋକଙ୍କୁ ଉପଦେଶ ପ୍ରଦାନ କରିଥାନ୍ତି ବୋଲି ବରିଷ୍ଠ ବିଜେଡ଼ି ନେତା ମାନେ ମତପୋଷଣ କରିଥିଲେ ।ଆଜି ବୈପାରିଗୁଡା ଠାରେ ଥିବା ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳ ପକ୍ଷରୁ ବିଜୁବାବୁଙ୍କ ୧୦୫ତମ ଜନ୍ମ ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା । ଯୁବ ବିଜେଡ଼ି ନେତା ବିଶ୍ଵଜିତ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ସାଥିରାମ ନାୟକ ଉପସ୍ଥିତ ରହି ବିଜୁବାବୁ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଭାରତୀୟ ବିପ୍ଳବର ଜଣେ ମହାନ ନାୟକ।ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳାମାନଙ୍କ ପାଇଁ ରାଜନୀତି ଓ ଚାକିରୀ କ୍ଷେତ୍ରରେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।ଗ୍ରାମାଞ୍ଚଳର ମହିଳାମାନେ କିପରି ରାଜନୀତି କ୍ଷେତ୍ରକୁ ଆସିପାରିବେ ସେଥିପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ ବୋଲି ବରିଷ୍ଠ ନେତା ଶ୍ରୀ ନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।ପରେ ପରେ ବରିଷ୍ଠ କର୍ମୀ ଲକ୍ଷ୍ମୀକାନ୍ତ ପାଢ଼ୀ ଉପସ୍ଥିତ ରହି ବିଜୁବାବୁଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି କହିଥିଲେ ।ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାର ସମସ୍ତ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ମାନ ପ୍ରତିଷ୍ଠା କରାଯାଇଥିଲା । ଯେଉଁଥିପାଇଁକି ଓଡ଼ିଶାର ବହୁ ବେକାର ଯୁବକ ନିଯୁକ୍ତି ପାଇବାର ସୁଯୋଗ ପାଇଥିଲେ। ବିଜୁବାବୁ ଶିଳ୍ପ ପ୍ରତିଷ୍ଠା ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ ।ବିଜୁବାବୁଙ୍କ ସ୍ୱପ୍ନକୁ ତାଙ୍କ ସୁଯୋଗ୍ୟ ସନ୍ତାନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଛନ୍ତି ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ ।ଏହା ପରେ ପରେ ସ୍ଥାନୀୟ ସରପଞ୍ଚ ଭାଗୀରଥି ମୁର୍ଜିଆ ମଧ୍ୟ ଉପସ୍ଥିତ ରହି ବିଜୁବାବୁ ଶିକ୍ଷା, ଗମନାଗମନ ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦେବାସହ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର କିପରି ଉନ୍ନତି ହୋଇପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଥିଲେ ।ବିଜୁବାବୁ ଓଡ଼ିଶାର ନୁହେଁ ସମଗ୍ର ଭାରତବର୍ଷର ନେତାଭାବେ ପରିଚିତ ଥିଲେ ବୋଲି ସରପଞ୍ଚ ଶ୍ରୀ ମୁର୍ଜିଆ ପ୍ରକାଶ କରିଥିଲେ ।ସଭା ଶେଷରେ ସମସ୍ତ ନେତା କର୍ମୀ ଏକତ୍ରିତ ହୋଇ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସାଥିରାମ ନାୟକ, ଜଗଦୀଶ ଜେନା, ଆର. ଶ୍ରୀନିବାସ ରାଓ, ମନୋଜ ମହାପାତ୍ର, ଲକ୍ଷ୍ମୀକାନ୍ତ ପାଢ଼ୀ, ଆର. ଦାମ୍ବିକା ରାଓ, ବାବୁନି ମହାନ୍ତି,ଭାଗୀରଥି ମୁର୍ଜିଆ,ପ୍ରଦୀପ ଗୌଡ଼, ବିଶ୍ଵଜିତ ନାୟକ,ସଦାନନ୍ଦ ମଲ୍ଲିକ, ଅଶୋକ ଦାସ, ଭାଗୀରଥି ମାଛ, କଂଗ୍ରେସ ମଲ୍ଲିକ, ନରେନ୍ଦ୍ର ରାଓ,ସନ୍ତୋଷ ସାହୁ,ଲୁକନାଥ ଖରା,ଧନ ଟାକ୍ରି ଙ୍କ ସମେତ ବହୁ ନେତା ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ - ସରୋଜ କୁମାର ଲେଙ୍କା ।

ବୈପାରିଗୁଡା ।


Comments

Popular posts from this blog

ବାଡାମପୁଟ ନିକଟସ୍ଥ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ ।