ବାଡାମପୁଟ ନିକଟସ୍ଥ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ


କୋରାପୁଟ:-୧୮/୦୧/୨୨:-ବେକରେ ରସି ଲଗାଇ ଓହଳିଥିବା ଅବସ୍ଥାରେ ବାଡାମପୁଟ ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକର ଘର କୋରାପୁଟ ସଦରଥାନା ମହାଦେଇପୁଟ ପଞ୍ଚାୟତ ବାଡାମପୁଟ ଗ୍ରାମରେ।ସୁଚନା ଅନୁସାରେ ବାଡାମପୁଟ ଗ୍ରାମର ୨୪ ବର୍ଷୀୟ ଯୁବକ ପୁର୍ଣ୍ଣଚନ୍ଦ୍ର ନାୟକ ଗତ ୧୩ତାରିଖରୁ ନିଖୋଜ ଥିବା ବେଳେ ପରିବାର ପକ୍ଷରୁ ସଦର ପୋଲିସ ଥାନାରେ ଏତଲା ଦିଆଯାଇଥିଲା।ପୋଲିସ ପକ୍ଷରୁ ମୋବାଇଲ ନମ୍ବର ଟ୍ରେସ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ଖୋଜି ବାହାର କରିବାରେ ବିଫଳ ହୋଇଥିଲା। ଗତ ୧୩ତାରିଖ ୧୦ଘଟିକା ସମୟରେ ନିଜ ମଟର ସାଇକେଲରେ ଘରୁ ବାହାରି ଆଜି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଅନେକ ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ ସୁଦ୍ଧା ଯୁବକଙ୍କ ସନ୍ଧାନ ମିଳୁନଥିଲା। ଯୁବକ ସେମିଳିଗୁଡା ମହାବିଦ୍ୟାଳୟ ରେ +୩ ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ।ସେ ଜଣେ ମିଷ୍ଟା ଭାସି ଓ ମେଳାପି ଯୁବକ ଭାବେ ପରିଚିତ ତେଣୁ ଚାରି ଦିନ ଧରି ନିଖୋଜ ରହିବା ସହ କୌଣସି ଖୋଜ ଖବର ନମିଳିବାରୁ ଅଞ୍ଚଳରେ ଦୁଃଖର ବାତାବରଣ ଦେଖା ଦେଇଥିଲା। ତେବେ ଆଜି ଅପରାହ୍ନରେ ଯୁବକଙ୍କ ମୃତ ଶରୀର ନିକଟସ୍ଥ ଜଙ୍ଗଲରେ ମିଳିଛି।ସଦର ପୋଲିସ ଘଟଣାସ୍ଥଳରେ ପହଂଚି ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Comments

Popular posts from this blog

ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀରେ ବିଜେଡ଼ି ପକ୍ଷରୁ ମେଡ଼ିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ ।