ଓଡ଼ିଶା ସାମ୍ବାଦିକ ସଙ୍ଘ ର କୋରାପୁଟ ଶାଖା ପକ୍ଷରୁ ପ୍ରସ୍ତୁତି ବୈଠକ ।

 


ବୈପାରିଗୁଡା- (ସରୋଜ କୁମାର ଲେଙ୍କା) ଆଜି କୋଟପାଡ଼ ଠାରେ ଓଡ଼ିଶା ସାମ୍ବାଦିକ ସଙ୍ଘ ର କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ସଙ୍ଘ ର କୋରାପୁଟ ଜିଲ୍ଲା ଶାଖା ର ଉପସଭାପତି ହରିଶ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ରାଜ୍ୟ ଉପସଭାପତି କେ. ଶ୍ରୀନିବାସ ରାଓ, ଜିଲ୍ଲା ସମ୍ପାଦକ ରବି ଶଙ୍କର ମହାପାତ୍ର,ଜିଲ୍ଲା ଉପସଭାପତି ଜୟସିଂ ପଡାସେଠୀ,କୋଷାଧ୍ୟକ୍ଷ କେ. ସାକିଲ ଦୋରା, କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଲେଙ୍କା, ସୁଶାନ୍ତ ବାଙ୍କ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।ବୈଠକ ପୂର୍ବରୁ ପ୍ରଥମେ ନବନିର୍ବାଚିତ ରାଜ୍ୟ ଉପସଭାପତି କେ. ଶ୍ରୀନିବାସ ରାଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ଉକ୍ତ ବୈଠକରେ ବିଭିନ୍ନ ବିଷୟ ତଥା ନିର୍ଭୀକ,ସତ୍ୟ ଉପରେ ପ୍ରମାଣ ଯୋଗାଡ଼ କରିବା କାହା ଚାପରେ ବିଚଳିତ ନ ହୋଇ ସଚୋଟ ଭାବରେ ଦୁର୍ନୀତି ଉପରେ ନିଃସ୍ୱାର୍ଥପର ଭାବରେ ଖବର ପରିବେଷଣ କରିବା ଏବଂ ନୂତନ ସଭ୍ୟ ସଂଗ୍ରହ କରିବା ଓ ନିର୍ବାଚନ ଅବଧି ଶେଷ ହୋଇଯାଇଥିବା ବେଳେ ଆଗାମୀ ଦିନରେ ନିର୍ବାଚନ ସମ୍ବନ୍ଧରେ ଆଲୋକପାତ ହୋଇଥିଲା ।

ରିପୋର୍ଟ:- ସରୋଜ ଲେଙ୍କା



Comments

Popular posts from this blog

ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀରେ ବିଜେଡ଼ି ପକ୍ଷରୁ ମେଡ଼ିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ ।

ବାଡାମପୁଟ ନିକଟସ୍ଥ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ ।